ମହିଳା ଗୋଷ୍ଠୀଙ୍କୁ ମହୁ ଚାଷ ପାଇଁ ସାମଗ୍ରୀ ବଣ୍ଟନ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଗାଇବାହଲ ଓ ଉଡାର ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀକୁ ମହୁଚାଷ ପାଇଁ ସାମଗ୍ରୀ ବଣ୍ଟନ କରିଥିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଟ୍ୱିଟ କରି ସୂଚନା ଦେଇଛନ୍ତି।

ଓଡିଶା ଜୀବନ ଜୀବିକା ପକ୍ଷରୁ ଗାଇବାହଲ ପାଞ୍ଚାୟତର ଘୁଚିପାଲି ଗାଁ’ର ମା’ ସାବିତ୍ରୀ, ଗାୟତ୍ରୀ, ବୀଣାପାଣି ମହିଳା ଗୋଷ୍ଠୀର ୩୦ ଜଣ ଓ ଉଡାର ପଞ୍ଚାୟତ ଲୁହୁରେନପାଲି ଗାଁ’ର ପାର୍ବତୀ, ବୁଢାଡଙ୍ଗର, ପାର୍ବତୀ ମହିଳା ଗୋଷ୍ଠୀର ୩୦ ଜଣଙ୍କୁ ମହୁ ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ମହୁ ଚାଷରେ ବ୍ୟବହାର ହେଉଥିବା ସାମଗ୍ରୀକୁ ବଣ୍ଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇଟି କ୍ଲଷ୍ଟର ୪୬ଟି ମୁହଁ ବାକ୍ସ ବଣ୍ଟାଯାଇଛି। ଆଗାମୀ ଦିନରେ ଆହୁରି ବଣ୍ଟାଯିବ ବୋଲି ଜୀବନ ଜୀବିକା ମିଶନର ବିପିଏମ୍‌ ପ୍ରଦୀପ ଛତ୍ରୀଆ ସୂଚନା ଦେଇଛନ୍ତି। ଏହି ମହୁ ବାକ୍ସ ବଣ୍ଟନରେ କୈଳାସ ସାହୁ, ଏମବିକେ ସ୍ୱର୍ଣ୍ଣ ଚମ୍ପା ପଧାନ, ସନ୍ଧ୍ୟା ରାଣୀ ଭୋଇ, ସିଆରପି ନିକାଶା ଭୋଇ ସହଯୋଗ କରିଥିଲେ।