ବରଗଡ଼,ଏନ୍ଏନ୍ଏସ୍: ଅଲ ଓଡ଼ିଶା ଇପିଏଫ ପେନସନ୍ରର୍ସ ଆସୋସିଏନ ବରଗଡ଼ ଶାଖା ତରଫରୁ ବରଗଡ଼ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦିଆଯାଇଥିଲା। ମାସିକ ପେନସନ ସର୍ବନିମ୍ନ ୯ ହଜାର ଟଙ୍କା, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ୍ ଏବଂ ସମସ୍ତ ଇପିଏଫ୍ ପେନସନ୍ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବି କରାଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ବିଜୟ କୁମାର ମହାନ୍ତି, ଆବାହକ ସତ୍ୟ ରଥ, ଅଚ୍ୟୁତାନନ୍ଦ ବାରିକ, ମଙ୍ଗନ ଭୋଇ, ସର୍ବେଶ୍ୱର ରଣା, ଯୁଧିଷ୍ଠୀର ରାଉତଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।