କୋଭିଡ ପାଇଁ ୪ ଦିନ ସମଲେଶ୍ବରୀଙ୍କ ଦର୍ଶନ ମନା

ସମ୍ବଲପୁର,ଏନ୍ଏନ୍ଏସ୍: ସାମ୍ପ୍ରତିକ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ। ଆସନ୍ତା ୩୦ରୁ ଜାନୁଆରୀ ୨ ତାରିଖ ଯାଏଁ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଏହି ଦିନ ମାନଙ୍କରେ ମା ସମଲେଶ୍ବରୀଙ୍କ ର ରୀତିନୀତି ଓ ପୂଜାର୍ଚ୍ଚନା ବିଧି ଅନୁସାରେ କେବଳ ପୂଜକ ମାନଙ୍କ ଦ୍ବାରା ସମ୍ପାଦିତ ହେବ। ଏନେଇ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।