୪ ଗୁଡ଼୍ ସାମାରିଟାନଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳରେ ବିଭିନ୍ନ ସମୟରେ ଘଟିଥିବା ସଡ଼କ ଦୁର୍ଘଟଣା ସମୟରେ ପୁଲିସକୁ ଖବର ଦେଇ ଆହତ ବ୍ୟକ୍ତିକୁ ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇ ଜୀବନ ବଞ୍ଚାଇଥିବା ଦାୟିତ୍ୱବାନ ୪ଜଣଙ୍କୁ ଆଜି ଜିଲ୍ଲା ପୁଲିସ ପକ୍ଷରୁ ସମ୍ମାନିତ କରିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ସେମାନେ ହେଲେ ବାରକୋଟ ଥାନାଞ୍ଚଳର ବାହାଡ଼ାପୋଷି ଗ୍ରାମର ପୁଷ୍ପାଞ୍ଜଳି ବେହେରା, ବମ୍ପରଡ଼ା ଗ୍ରାମର ବେଲାର୍ଶନ ବାରିକ, ବଲଣ୍ଡା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ ଓ ଠିଆନାଳ ଗ୍ରାମର ପ୍ରଣବ କୁମାର ସାହୁଙ୍କୁ ଦେବଗଡ଼ ଏସପି ପ୍ରମୋଦ ରଥ ପ୍ରଶଂସାପତ୍ର ସହ ସରକାରଙ୍କ ପ୍ରଦତ୍ତ ପାଣ୍ଠିରୁ ୨ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗ ଏମଭିଆଇ ଗୋଲାପ ହାଁସଦା ଓ ବାରକୋଟ ଥାନା ଆଇଆଇସି କନକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।