ଆଇଆଇଟି ମଦ୍ରାସରୁ ମିଳିଲା ୨୨ ବର୍ଷୀୟ ଇଞ୍ଜିନିୟର ଯୁବକର ମୃତ ଦେହ, ଆତ୍ମହତ୍ୟା ସନ୍ଦେହ

ଚେନ୍ନାଇ,ଏଜେନ୍ସି: ଚେନ୍ନାଇ ସ୍ଥିତ ଆଇଆଇଟି ମଦ୍ରାସ ପରିସରରୁ ଆଜି ଜଣେ ୨୨ ବର୍ଷୀୟ ଇଞ୍ଜିନିୟର ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭାବେ ସେଠାରେ ଯୁବକ ଜଣଙ୍କ କାମ କରୁଥିଲେ। ପ୍ରାଥମିକ ତଦନ୍ତ ଅନୁସାରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

ଯୁବକ ଜଣଙ୍କ ଉନ୍ନିକୃଷ୍ଣନ। ସେହିପରି ମୃତ ଦେହ ନିକଟରୁ ପୁଲିସକୁ ଏକ ଚିଠି ମିଳିଛି ଯେଉଁଥିରେ ଲେଖା ଅଛିକି କାର୍ଯ୍ୟର ଭାର ମୁଁ ସମ୍ଭାଳି ପାରୁନାହିଁ। ଏଥିସହ ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି।