ଓସ୍କାର କମିଟିରେ ବିଦ୍ୟା ଓ ଏକତା

ମୁମ୍ବାଇ: ନିଜର ଦମଦାର ଅଭିନୟ ବଳରେ ସର୍ବଦା ଦର୍ଶକଙ୍କ ହୃଦୟ ଜିଣିଥିବା ବିଦ୍ୟା ବାଲନଙ୍କୁ ଓସ୍କାର କମିଟିର ସଦସ୍ୟ ରୂପେ ସାମିଲ କରାଯାଇଛି। ବିଦ୍ୟାଙ୍କ ସହ ଟେଲିଭିଜନ କୁଇନ୍ ଏକତା କପୁରଙ୍କୁ ବି କମିଟିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ଚଳିତ ବର୍ଷ ଭାରତ ପକ୍ଷରୁ ବିଦ୍ୟା ଏକମାତ୍ର କଳାକାର ରୂପେ କମିଟିର ସଦସ୍ୟ ହୋଇଥିବାରୁ ତାଙ୍କୁ କମିଟି ଦ୍ୱାରା ଚୟନ କରାଯାଇଥିବା ଫିଲ୍ମ ଲାଗି ଭୋଟିଂ କରିବାର ଅଧିକାର ମିଳିବ।

ସୂଚନାଯୋଗ୍ୟ, ବିଦ୍ୟାଙ୍କ ପୂର୍ବରୁ ଦିବଙ୍ଗତ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା, ଅଭିନେତା ଆମିର ଖାନ୍, ନିର୍ଦ୍ଦେଶକ ଆଶୁତୋଷ ଗୋବାରିକର, ସଙ୍ଗୀତକାର ଏ ଆର ରେହେମାନ ଓ ସାଉଣ୍ଡ ଡିଜାଇନର ରସୁଲ ପୁକୁଟ୍ଟୀ କମିଟିର ସଦସ୍ୟ ରୂପେ ସାମିଲ ହୋଇଛନ୍ତି।