୭୦ ପ୍ରତିଶତ ସିଲା ବସ୍ ସହିତ ହେବ ମାଟ୍ରିକ ପରୀକ୍ଷା: ସମୀର ଦାଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୭୦ ପ୍ରତିଶତ ସିଲାବସ୍ ସହିତ ମାଟ୍ରିକ ପରୀକ୍ଷା ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ସ୍କୁଲ ପାଠପଢ଼ା ବେଳେ ୩୦ ପ୍ରତିଶତ ସିଲାବସ୍ ହ୍ରାସ ହୋଇଥିବାରୁ ୭୦ ପ୍ରତିଶତ ସିଲାବସ୍ ସହିତ ପରୀକ୍ଷା ହେବ। ମାଟ୍ରିକ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଜୁଲାଇ ୩୦ରୁ ଅଫଲାଇନ ପରୀକ୍ଷା ହେବ। ଏନେଇ ଆସନ୍ତା ୫ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ହେବ।

ମନ୍ତ୍ରୀ ଆହୁରି କହିଛନ୍ତି କି ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯିବ। ପରୀକ୍ଷା ଫଳକୁ ନେଇ ଯେଉଁମାନଙ୍କୁ ଆଶଙ୍କା ରହିଛି ସେମାନେ ଫର୍ମ ପୂରଣ କରନ୍ତୁ। ଚଳିତ ଥର ମାଟ୍ରିକ ରେଜଲ୍ଟରେ ରେକର୍ଡ ସଂଖ୍ୟକ ପାସ ହାର ହୋଇଛି।