କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା-ଯନ୍ତାପାଇ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ଏଣ୍ଡୁଅ। ଏଣ୍ଡୁଅ ଟିର ଦେହରେ କଳା ରଙ୍ଗର ଛିଟା ଛିଟା ହୋଇ ଗାର ଗୁଡିକ ପଡିଥିବା ବେଳେ ଏହାର ରଙ୍ଗ ଫିକା ସବୁଜ । ସ୍ଥାନୀୟ କିଛି ଲୋକ ଏହି ବାଟଦେଇ ଯାଉଥିବାବେଳେ ଏହି ବିରଳ ପ୍ରଜାତିର ଏଣ୍ଡୁଅ ଟିକୁ ଦେଖିବାକୁ ପାଇଥିଲେ। ତେବେ ସ୍ୱାଭିମାନ ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ବଣ ଜଙ୍ଗଲରେ ବୁଲି ଆସୁଥିଲେ ମଧ୍ୟ ଏପରି ରଙ୍ଗର ଏଣ୍ଡୁଅ ଦେଖି ନଥିବା କହିଥିଲେ। ତେବେ ଏଣ୍ଡୁଅ ଟି କେଉଁ ପ୍ରଜାତିର ତାହା ଜଣା ପଡିନଥିବା ବେଳେ ଆହୁରି ଅଧିକ ସଂଖ୍ୟକ ଏପରି ବିରଳ ପ୍ରଜାତିର ଏଣ୍ଡୁଅ ସ୍ୱାଭିମାନ ଅଞ୍ଚଳରେ ରହିଥିବା ଅନୁମାନ କରାଯାଉଛି।