ରାଜ୍ୟରେ ଆଜି ୧୫୪୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୮୬୪୬କୁ ବୃଦ୍ଧି ପାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୮୯୧ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୫୬ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

 

 

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୩୫ଜଣ, ଭଦ୍ରକରୁ ୪୩, ବଲାଙ୍ଗିରରୁ ୭୯, ବୌଦ୍ଧରୁ ୧୨, କଟକରୁ ୯୮, ଦେବଗଡରୁ ୧୭, ଢେଙ୍କାନାଳରୁ ୪୦, ଗଜପତିରୁ ୮, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୮୯, ଯାଜପୁରରୁ ୭୦, ଝାରସୁଗୁଡାରୁ ୩୭, କଳାହାଣ୍ଡିରୁ ୨୪, କେନ୍ଦ୍ରାପଡାରୁ ୬୧, କେନ୍ଦୁଝରରୁ ୭୧, ଖୋର୍ଦ୍ଧାରୁ ୧୫୯, କୋରାପୁଟରୁ ୩୭, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୮୮, ନବରଙ୍ଗପୁରରୁ ୩୦, ନୂଆପଡାରୁ ୫୯, ପୁରୀରୁ ୫୯, ରାୟଗଡାରୁ ୯, ସମ୍ବଲପୁରରୁ ୨୩, ସୋନପୁରରୁ ୨୨, ସୁନ୍ଦରଗଡରୁ ୫୮ ଏବଂ ଷ୍ଟଟପୁଲରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।