ଭାରତ-ଦ.ଆଫ୍ରିକା ଦ୍ବିତୀୟ ଟି-୨୦: ଷ୍ଟାଡିୟମକୁ ଖାଦ୍ୟ-ପାଣି ବୋତଲ ମନା

କଟକ,ଏନ୍ଏନ୍ଏସ୍: ଆସନ୍ତାକାଲି(ରବିବାର) ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ତେବେ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ହୋଇଛି। ଏନେଇ ପ୍ରେସମିଟ୍‌ ଯୋଗେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଗତକାଲି ଦିନ ୩ ଟାରୁ ଦର୍ଶକ ମାନେ ଗ୍ୟାଲେରୀ ଭିତରକୁ ପ୍ରବେଶ କରିବା ପାଇଁ ଗେଟ ଖୋଲାଯିବ। ଭିଡ଼କୁ ଦୃଷ୍ଟିରେ ରଖି ଦିନ ୩ ଟାରୁ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗ୍ୟାଲେରୀ ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟକ ଦର୍ଶକମାନଙ୍କୁ କଡାକଡି ଚେକିଂ କରାଯିବ। ବିଶେଷକରି ପାଣି ବୋତଲ,ଲାଇଟର, ଖୁଚୁରା ଟଙ୍କା(କଏନ), ଛୁରୀ ଆଦି ନେବା ପାଇଁ କଟକଣା ଜାରି କରାଯାଇଛି। ଏଥିସହିତ ମ୍ୟାଚ୍‌କୁ ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ କଟକ ଡିସିପି।