କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗ, କରୋନାରେ ହୋଇଥିଲେ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା। ସଂଗ୍ରାମ ଜେନା କୋଭିଡ଼ରୁ ସୁସ୍ଥ ହେବା ପରେ ୨ ମାସ ହେବ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ଼ରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମିତ ହୋଇଥିଲା। ସଂଗ୍ରାମ ଜେନା ୨୦୧୪ରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ।

ସଂଗ୍ରାମ ଜେନାଙ୍କ ଦେହାନ୍ତ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ସେ ଜଣେ ଆଗ ଧାଡିର ଯୁବ ନେତା ଥିଲେ। ଭଗବାନ ତାଙ୍କୁ ଆଗୁଆ ନେଇଗଲେ। ସେ ଗରିବ ଲୋକ ଓ ରୋଗୀଙ୍କୁ ସହାୟତା କରୁଥିଲେ। ତାଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ।