ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ନୂଆପଡ଼ା,ଏନ୍ଏନ୍ଏସ୍: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ମାଓକ୍ୟାମ୍ପକୁ ଦଖଲ କଲେ ସୁରକ୍ଷାକର୍ମୀ । ନୂଆପଡାର ପାଟଦରା ସଂରକ୍ଷିତ ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନୂଆପଡା ଏସ୍‌ପି ପ୍ରଦ୍ୟୁସ ଦିବାକର । ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ପାଟଦରା ସଂରକ୍ଷିତ ଜଙ୍ଗଲରେ ଆଜି କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ସିଆର୍‌ପିଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜିର ଯବାନମାନେ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳୁ ବିନିମୟ ଆରମ୍ଭ ହୋଇଥିଲା । ପ୍ରଥମେ ମାଓବାଦୀ ମାନେ ଯବାନ ଉପରକୁ ଗୁଳି ଚାଳନା କରିଥିଲେ , ଏଥିରେ ଯବାନ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ପରେ ଜୀବନ ବଞ୍ଚାଇବା ନେଇ ମାଓବାଦୀ ମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ମାଓ କ୍ୟାମ୍ପକୁ ଦଖଲ କରି ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଥିଲା । ମାଓ କ୍ୟାମ୍ପରେ ମାଓ ନେତା ମୁରଲୀ,କାର୍ତ୍ତିକ, ଗୁଡୁ ଭଳି ଏକାଧିକ ମାଓ ଲିଡର ଥିବା ନୂଆପଡା ଏସ୍‌ପି ପ୍ରଦ୍ୟୁସ ଦିବାକର ସୂଚନା ଦେଇଛନ୍ତି ।