ନୂଆଦିଲ୍ଲୀ,ଏଜେନ୍ସି: ଆଜି ବାଇପାସ ସର୍ଜରୀ ପରେ ଆଇସିୟୁରୁ ରାଷ୍ଟ୍ରପତିଙ୍କୁ ଏମ୍ସ ହସ୍ପିଟାଲର ସ୍ୱତନ୍ତ୍ର କୋଠରିକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଡାକ୍ତରମାନେ ସବୁବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ବିଶ୍ରାମ ନେବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୩୦ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ହୋଇଥିଲା।
ସୂଚନାଯୋଗ୍ୟ ଯେ ଏହି ସପ୍ତାହରେ ଦିଲ୍ଲୀର ଏମ୍ସରେ ରାଷ୍ଟ୍ରପତି କୋବିନ୍ଦଙ୍କର ‘ପ୍ଲାନ୍ଡ୍ ବାଇପାସ୍ ସର୍ଜରୀ’ କରାଯାଇଥିଲା। ବାଇପାସ୍ ସର୍ଜରୀ ପରେ ରାଷ୍ଟ୍ରପତି ଶୀଘ୍ର ସୁସ୍ଥ ହେଉଥିବା ଜଣାଇଛନ୍ତି।