ଜମ୍ମୁ-କଶ୍ମୀର: ପୁଲୱାମାରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରରେ ପୁଣି ଏନ୍‌କାଉଣ୍ଟର ହୋଇଛି। ପୁଲୱାମାର ରାଜପୁରା ଅଞ୍ଚଳରେ ହୋଇଥିବା ସୁରକ୍ଷାବାହିନୀର ଏହି ଏନ୍‌କାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି। କଶ୍ମୀର ଜୋନ୍‌ ପୁଲିସ ଏହି ସୂଚନା ଦେଇଛି। ସୁରକ୍ଷାବାହିନୀ ସର୍ଚ୍ଚ ଅପରେଶନ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ରବିବାର ଅବନ୍ତୀପୋରାର ବରଗାମ ଅଞ୍ଚଳରେ ହୋଇଥିବା ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଆଇଜିପି କଶ୍ମୀର ବିଜୟ କୁମାର କହିଥିଲେ ଯେ, ଅବନ୍ତୀପୋରାର ବରଗାମ ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଅତର୍କିତ ଭାବେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସୁରକ୍ଷା ବଳର ଯବାନ ମାନେ ଆତଙ୍କବାଦୀଙ୍କୁ ଘେରା ବନ୍ଦୀ କରିଥିଲେ।