ପାଟଣା ରେଞ୍ଜକୁ ପଶିଲେ ୧୩ ହାତୀପଲ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ବିଟ ଅନ୍ତର୍ଗତ ଜାମୁଳେଇବେଡା, ନଦନ ବେଡା ପିଛୁଳାବେଡା ଭାଲୁ ପାହାଡ଼ି ଅଞ୍ଚଳରେ ୧୩ ଟିକିଆ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଜାମୁଳେଇ ବେଡା ଗ୍ରାମର ନବ କିଶୋର ମହାନ୍ତ, ମନଵଧ ମହାନ୍ତ ମୁକୁନ୍ଦ ମହାନ୍ତ ,ବୁଧଦେଵ ମହାନ୍ତ ଓ ଧାନ ବିଲରେ ପଶି ଧାନ ଖାଇ ନଷ୍ଟ କରିଛନ୍ତି। ଏଥି ସହିତ ଚତୁର୍ଭୁଜ ମହାନ୍ତଙ୍କ ଅମଳ ପାଇଁ ରଖା ଯାଇଥିବା ୫୦ ରୁ ଉର୍ଦ୍ଧ ଧାନ ବିଡା ଖାଇଦେଇଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ଧାନ ଅମଳର ସମୟ ହୋଇ ଥିବାବେଳେ ଲୋକେ ଧାନ କାଟି ଅମଳ କରିବା ପାଇଁ ଖଳାରେ ଧାନ ରଖିଛନ୍ତି ହାତୀପଲ ଖାଇ ନଷ୍ଟ କରୁଥିବାରୁ ଚିନ୍ତାରେ ଅଛନ୍ତି ଲୋକେ ହାତୀପଲ ଏବେ ଜାମୁଳେଇବେଡା ନିକଟ ଅଟେଇ ଜଙ୍ଗଲରେ ଥିବା ବନବିଭାଗ ତରଫରୁ ସୂଚନାମିଳିଛି ହାତୀପଲକୁ ଘଉଡାଇବା ପାଇଁ ଲୋକେ ଦାବି କରୁଥିବା ବେଳେ ବନ ବିଭାଗ ହାତୀପଲଙ୍କ ପଛେ ପଛେ ରହି ହାତୀପଲଙ୍କ ଗତିପଥ ଉପରେ ନଜର ରଖିଛି।