ରଜରେ ହାତୀ ଆତଙ୍କ: କେନ୍ଦୁଝର- ଗାଁ ନିକଟକୁ ପଶି ଆସିଲେ ହାତୀ ପଲ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝରରେ ବଣୁଆ ହାତୀ ପଲ ଆତଙ୍କରାଜ ଚଳାଇ ସଦର ରେଞ୍ଜର କାଳିଆବେଡା ଗାଁ’କୁ ଧସେଇ ପଶି ଆସିଥିବା ଜଣାପଡିଛି। ହାତୀ ପଲ ଗାଁ ମୁଣ୍ଡ ଜଙ୍ଗକାରେ ଡେରା ପକାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଠ ଟିକିଆ ହାତୀପଲ ଶନିବାର ସକାଳୁ ଘଟଗାଁ ଦେଓବନ୍ଧ ଅଞ୍ଚଳରୁ ସଦର ରେଞ୍ଜକୁ ଧସେଇ ପଶି ଆସିଥିଲେ।

ପ୍ରଥମେ ସଦର ବନାଞ୍ଚଳର ଖଡ଼ିଆଡିହା ଗାଁ’ରେ ପ୍ରବଳ ପନିପରିବା ନଷ୍ଟ କରିବା ସହ ସକାଳୁ ସକାଳୁ କଳିଆ ବେଡା ଗାଁ ମଝିକୁ ଧସେଇ ପଶି ଆସିଛନ୍ତି। ଆଖପାଖ ଅଞ୍ଚଳର ଶହ ଶହ ଲୋକ ହାତୀପଲକୁ ଘେରି ରହିଥିବା ବେଳେ ହାତୀପଲ ଗାଁ ମଝିରେ ଥିବା ଇଉକାଲପଟାସ ଜଙ୍ଗଲରେ ଡେରା ପକାଇଛନ୍ତି। ଏହି ହାତୀ ପଲରେ ଦୁଇଟି ଦନ୍ତା ଓ ତିନୋଟି ଛୁଆ ହଥିବାବେଳେ ଆଉ ତିନୋଟି ମଧ୍ୟ ବୟସ୍କ ମାଈ ହାତୀ ଥିବା ଜଣାପଡ଼ିଛି। ଜଙ୍ଗଲ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି।