ଶୌଚ ହେବାକୁ ଯିବା ସମୟରେ ଦଳିଦେଲା ହାତୀ, ୩ ମୃତ

ବରଗଡ଼,ଏନ୍ଏନ୍ଏସ୍: ହାତୀ ଆକ୍ରମଣରେ ଚାଲିଗଲା ୩ ଜୀବନ। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ୍ ରାଇସଲ ପଦର ପଞ୍ଚାୟତ ଉମରାଡ଼ ଗ୍ରାମରେ। ଆଜି ସକାଳୁ ଶୌଚ କରିବାକୁ ଜମିକୁ ଯିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ୩ ଜଣ ବ୍ୟକ୍ତି। ଉମରାଡ ଗ୍ରାମର ମାଲ ସେଠ(୫୦) ଓ ବିରଞ୍ଚି କୁମ୍ଭାର(୬୦) ଓ ବଲାଙ୍ଗିର ଜିଲ୍ଲା ସରଗାଡ଼ ଗ୍ରାମର ଜଣେ ବୃଦ୍ଧା ଏହି ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ ୩ ଟିକିଆ ହାତୀପଲ ଝାଞ୍ଜପାହାଡରୁ ମେଲଛାମୁଣ୍ଡା ଅଞ୍ଚଳକୁ ଆସିଥିଲେ। ସେ ମଧ୍ୟରୁ ଦୁଇଟି ହାତୀ ଝାଞ୍ଜପାହାଡକୁ ଫେରିଯାଇଥିବାବେଳେ ଗୋଟିଏ ହାତୀ ରହିଯାଇଥିଲା। ତେବେ ହାତୀ ଗତିବିଧି ନେଇ ବନ ବିଭାଗ ପକ୍ଷରେ କୌଣସି ସୂଚନା ନାହିିଁ। ଫଳରେ ବନବିଭାଗ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନ ଦେଖିବାକୁ ମିଳିଛି।