ଆସାମରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା

ଗୁଆହାଟି,ଏଜେନ୍ସି: କୋଭିଡ ନିୟନ୍ତ୍ରଣ ଦିଗରେ ଆସାମ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ରାଜ୍ୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ଟିକା। ସେଥିପାଇଁ ରାଜ୍ୟ ସରକାର ଟିକା ନିର୍ମାତା ଭାରତ ବାୟୋଟେକକୁ ୧ କୋଟି ଡୋଜ ଟିକା ଯୋଗାଇବାକୁ ଅର୍ଡର ଦେଇଛନ୍ତି। ଭାରତ ବାୟୋଟେକ କୋଭିଡ ପ୍ରତିଷେଧକ ଟିକା କୋଭାକ୍ସିନ ପ୍ରସ୍ତୁତ କରୁଛି। ସୂଚନାଯୋଗ୍ୟ ଯେ ୨ ଦିନ ତଳେ କେନ୍ଦ୍ର ସରକାର ଟିକାକରଣ ବୟସ ସୀମା ୧୮ ବର୍ଷକୁ ହ୍ରାସ କରିଥିଲେ। ଏହା ପୂର୍ବରୁ ୪୫ ବର୍ଷ ଓ ତଦୂର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।