ବିଗୁଡ଼ୁଛି ଅସୁସ୍ଥ ମାଇ ହାତୀର ସ୍ୱାସ୍ଥ୍ୟବସ୍ଥା

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଦିନକୁ ଦିନ କେନ୍ଦ୍ରାପଡ଼ା ଉପରସୁମଠ ଠାରେ ଅସୁସ୍ଥ ଥିବା ହାତୀର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଦୀର୍ଘ ୫ଦିନ ଧରି ଉପରସୁମଠ ଠାରେ ହାତୀର ଚିକିତ୍ସା କରାଯାଉଥିବାବେଳେ ଏଥିରେ କୌଣସି ସୁଧାର ପରିଲକ୍ଷିତ ହୋଇନାହିଁ। ତେବେ ଅସୁସ୍ଥ ହାତୀକୁ ଔଷଧ ଓ ସାଲାଇନ ଦେଇଛନ୍ତି ଡାକ୍ତର। ୨ଦିନ ଧରି ହାତୀ ଖାଦ୍ୟ ଖାଇଥିବାବେଳେ ବୁଧବାର କୌଣସି ଖାଦ୍ୟ ଗ୍ରହଣ କରିନାହିଁ। ତେବେ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ଡାକ୍ତରୀ ଦଳ ହାତ ଟେକି ଦେଇଛନ୍ତି। ବର୍ତ୍ତମାନ ହାତୀର ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ରବିବାର ଦିନ ହାତୀର ରକ୍ତ ପରୀକ୍ଷା ପାଇଁ ଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ ମଳିନାହିଁ। ଯାହାଦ୍ୱାରା ହାତୀ କେଉଁ ରେଗରେ ଆକ୍ରାନ୍ତ ଅଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତେବେ ଗତମାସ ନନ୍ଦନକାନନରେ ହରପିସ୍ ଭୂତାଣୁରେ ଆକ୍ରାନ୍ତ ହୋଇ ୪ଜଣ ହାତୀଙ୍କ ମୃତ୍ୟୁ ହୋଇଥିଛି। ଅନ୍ୟପଟେ ୨ଦିନ ତଳେ କଟକ କୂଅମଡ଼ା ଜଙ୍ଗଲରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିଲା।