ଜାତୀୟ ରାଜପଥରେ ବୁଲିଲା ଦନ୍ତା, ବନକର୍ମଚାରୀ ନାକେଦମ

ବାରିପଦା,ଏନ୍ଏନ୍ଏସ୍: ଆଜି ସକାଳେ ବାରିପଦା ସହରର ୧୮ ନମ୍ବର ଜାତୀୟ ରାଜପଥର ଦାରୋଗାଡ଼ାହିରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ଫଳରେ କିଛି ସମୟ ପାଇଁ ଗାଡ଼ି ମୋଟର ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ହାତୀଟି ରାଜପଥରେ କୁଳିଅଣା ଆଡକୁ ପ୍ରାୟ ୭ କିଲୋମିଟର ଯାଇ ଚାନ୍ଦୁଆ ସେକ୍ସନ ରଙ୍ଗିବେଢ଼ା ବିଟ୍ ଅଧୀନରେ ଥିବା ହାତୀମଡ଼ା ଗ୍ରାମ ଦେଇ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା। ଏଥିପାଇଁ ବନକର୍ମଚାରୀଙ୍କୁ ନାକେଦମ ହେବାକୁ ହେବାକୁ ପଡିଥିଲା। ବାରିପଦା ବନ ଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକଙ୍କ କହିବା ଅନୁସାରେ ଦନ୍ତାଟି ପଶ୍ଚିମବଙ୍ଗ ରାଜ୍ୟରୁ ଆସି ଗତ ଅଗଷ୍ଟ ୨୩ ରାତିରେ ଦେଉଳି ରେଞ୍ଜରେ ରହିଥିଲା। ବନ କର୍ମଚାରୀମାନେ ହାତୀର ଗତିବିଧି ଉପରେ ନଜର ରଖିଥିଲେ।