ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ଫୁଲବାଣୀ,ଏନ୍ଏନ୍ଏସ୍: ଜାତୀୟ ସ୍ୱାସ୍ଥ୍ୟ ଯୋଜନାରେ ଫୁଲବାଣୀ ଜିଲ୍ଲା ୟୁନିଟ୍ ରେ  କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବଳଦେବ ପ୍ରଧାନ ଓରଫ୍ ଝୁଲୁ ବେହେରାଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କରୋନା ସନ୍ଦେହରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକଙ୍କ ସହଯୋଗରେ ପ୍ରଶାସନ ଅନ୍ତିମ ସଂସ୍କାର କରିଛି।