ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୮ ବର୍ଷ ମଧ୍ୟରେ ୬୯୮ ହାତୀ ମୃତ୍ୟୁବରଣ କରିଛନ୍ତି । ଏହି ସଂଖ୍ୟା ୨୦୧୯ରୁ ୨୦୨୩ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ଓଡ଼ିଶାରେ ୮ ବର୍ଷ ମଧ୍ୟରେ ୭ ମହାବଳ ବାଘ ମୃତ୍ୟୁବରଣ କରିଛନ୍ତି । ୮ ବର୍ଷରେ ୪୮ଟି କଲରାପତରିଆ ବାଘଙ୍କର ବି ଜୀବନ ଯାଇଛି । ପ୍ରଫୁଲ୍ଲ ସାମଲ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉତ୍ତର ରଖିଛନ୍ତି । ରୋଗ, ବିଦ୍ୟୁତ, ସଡ଼କ ଓ ରେଳ ଦୁର୍ଘଟଣା, ଶିକାର ଓ ବିଷ ପ୍ରୟୋଗରୁ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି।