ମେଘାଳୟରେ ଭୂକମ୍ପ

ମେଘାଳୟ: ମେଘାଳୟର ନର୍ଥ ଗାରୋ ହିଲ୍ସରେ ସଂଧ୍ୟା ୬ଟା ୧୫ ମିନିଟରେ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି । ମେଘାଳୟ ବ୍ୟତୀତ ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି ।