ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହେଉଛି । ଦ୍ୱିପ୍ରହର ୨ଟା ବାଜି ୫୩ ମିନିଟରେ ଦିଲ୍ଲୀରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୬ ମପାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହେଉଛି ନେପାଳ । ଏନେଇ ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ପ୍ରଦାନ କରିଛି ।