ପାଟଣା ରେଞ୍ଜରେ ୮ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମରେ ଗୁରୁବାର ରାତିରେ ହାତୀପଲ ଧସେଇ ପଶି ଗ୍ରାମର ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛନ୍ତି। ହାତୀପଲ ଘଟଗାଁ ରେଞ୍ଜରୁ ଆସି ଗାଁରେ ଆତଙ୍କ ଖେଳାଇଛନ୍ତି। ହାତୀପଲ ଏବେ ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବାରୁ ହାତୀପଲ ଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବଶୀଘ୍ର ହାତୀ ଘଉଡାଇବା ସହିତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଗରିବ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଡୁମୁରିଆ ସରପଞ୍ଚ ଦମୟନ୍ତି ନାୟକ ଦୃଢ଼ ଦାବି କରିଛନ୍ତି।