ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସ୍ଥିତ ବରକାନୀ ଠାରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ବଲାଙ୍ଗିର ବିପିସିଏଲ୍ ଏଲପିଜିବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ସାମିଲ ହୋଇ ଆନନ୍ଦିତ। ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ବଢୁଥିବାଏଲ୍ପିଜିର ଚାହିଦାକୁ ପୂରଣ କରିବ। ଆକାଂକ୍ଷୀ ଜିଲ୍ଲା ଭାବେ ପରିଗଣିତ ବଲାଙ୍ଗିର ଅଂଚଳକୁ ଭାରତବର୍ଷର ଅଗ୍ରଣୀ ଅଂଚଳ କରିବାରେ ଏହି ପ୍ଲାଣ୍ଟ ମହତ୍ୱପୂର୍ଣ୍ଣ ଭୂମିକା ନେବ। ବଲାଙ୍ଗିର ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା ।ସେହି ଶୃଙ୍ଖଳାରେ ଆଜି ଉଦ୍ଘାଟିତ ହୋଇଥିବା
ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲା ଯଥା ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, କଳାହାଣ୍ଡି, ନୂଆପଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ବୌଦ୍ଧ ଅଂଚଳର ଏଲପିଜି ଚାହିଦାକୁ ପୂରଣ କରିବ ।ଏହା ବାର୍ଷିକ ୪୨ ଲକ୍ଷ ଏଲପିଜି ବଟଲିଂର କ୍ଷମତା ରଖିଥିବା ବେଳେ ସ୍ଥାନୀୟ ଅଂଚଳରେ ଏହି ପ୍ଲାଣ୍ଟ ଅର୍ଥନୈତିକ ସମ୍ଭାବନା ସୃଷ୍ଟି କରିବ ଓ ଯୁବକଙ୍କୁ ରୋଜଗାର ଦେବ। ମୋଦି ସରକାରଙ୍କ ପୂର୍ବରୁ ଭାରତବର୍ଷରେ ସମୁଦାୟ ୧୩ କୋଟି ଏଲପିଜି ଗ୍ରାହକ ଥିଲେ। ଏବେ ଓଡିଶାରେ ୮୮.୧୦ ଲକ୍ଷ ଏଲପିଜି ଉପଭୋକ୍ତା ହୋଇସାରିଥିବା ବେଳେ ତନ୍ମଧ୍ୟରୁ ବଲାଙ୍ଗିରରେ ୪୦ ହଜାର ଏଲପିଜି ଉପଭୋକ୍ତା ସଂଖ୍ୟା ବୃଦ୍ଧି ପାଇ ସାଢେ ୩୩ ଲକ୍ଷରେଛୁଇଁଲାଣି। ଓଡ଼ିଶାର ୧୧ କୋଟି ପରିବାରରେ ୨୨ ଲକ୍ଷ ତଥା ବଲାଙ୍ଗିରରେ ୪୦ ହଜାର ଉପଭୋକ୍ତାଙ୍କ ପାଖରେ ଏଲପିଜି ଥିଲା। ତେବେ ମୋଦି ସରକାର ଆସିବା ପରେ ଗତ ୫୫ ବର୍ଷରେ ଏହି ସଂଖ୍ୟା ୧୩ କୋଟିରୁ ବୃଦ୍ଧି ପାଇଁ ୨୭ କୋଟି ବା ୯୫ ପ୍ରତିଶତରେ ପହଞ୍ଚିଛି।

ମହିଳାମାନେ କାଠ ଜାଳି ରୋଷେଇ କରୁଥିବାରୁ ଭାରତବର୍ଷରେ ଘରୋଇ ଧୂଆଁରେ ୫୫ ଲକ୍ଷ ମହିଳାଙ୍କ ଜୀବନ ଯାଉଥିଲା। ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୮ କୋଟି ମାଆ ଭଉଣୀଙ୍କ ଘରେ ମାଗଣାରେ ଗ୍ୟାସ ପହଞ୍ଚାଇ ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରିଛନ୍ତି ।ବଲାଙ୍ଗିର ଅଂଚଳର ଯୁବକ କେତେଦିନ ବାହାରକୁ କାମ କରିବାକୁ ଯିବ?
