ପୁଣି ଦନ୍ତାହାତୀ ଶିକାର, କାଟିନେଲେ ମୁଣ୍ଡ ଓ ଦାନ୍ତ

ବାରିପଦା,ଏନ୍ଏନ୍ଏସ୍: ଶିମିଳିପାଳ ଅଭୟାରଣ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଦନ୍ତାହାତୀ ଶିକାର ହୋଇଛି। ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ ଶୁକୁଆପଡ଼ା ସଂରକ୍ଷୀତ ଜଙ୍ଗଲରେ ପ୍ରାୟ ୨୦ବର୍ଷ ବୟସ୍କ ଏକ ଦନ୍ତାହାତୀର ଶିକାର ହୋଇଛି। ଶିକାରୀମାନେ ଗୁଳିମାଡ଼ କରି ଏହି ଦନ୍ତାହାତୀକୁ ମାରିଥିବା ଜଣାପଡ଼ିଛି। ହତ୍ୟା କରିବାପରେ ନୃଶଂସ ଭାବେ ମୁଣ୍ଡ ଏବଂ ଦାନ୍ତ କାଟିନେଇଯାଇଥିବା ଜଣାପଡ଼ିଛି। ପ୍ରାୟ ଦୁଇ ଦିନ ପୂର୍ବରୁ ଏହି ଶିକାର ହୋଇଥିଲେ ମଧ୍ୟ ଘଟଣାସମ୍ପର୍କରେ ଆଜି ଜଣାପଡ଼ିଥିଲା।