ମାଈ ହାତୀର ମୃତ୍ୟୁ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଦଲକ ନିକଟରେ ପଡିରହିଛି ମାଈ ହାତୀର ମୃତଦେହ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଦୀର୍ଘଦିନ ଧରି ଖୋର୍ଦ୍ଧା ଉପକଣ୍ଠରେ ୨୮ ଟିକିଆ ହାତୀ ପଲ ଉପଦ୍ରବ କରୁଛନ୍ତି । ହେଲେ ବନ ବିଭାଗର ଏଥିପ୍ରତି ନିଘା ନାହିିଁ। ବନ ବିଭାଗର ଅବହେଳା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀଲୋକ ଅଭିଯୋଗ କରିଛନ୍ତି ।