ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର

ନୀଳଗିରି, ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ କୁଲଡ଼ିହା ଅଭୟାରଣ୍ୟରେ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। କୁଲଡ଼ିହା-୨ ବିଟ ଅଧୀନ ମୁଖଚତୁରୀ ପାର୍ଶ୍ୱସ୍ଥ ଏକ ନାଳ ନିକଟରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବାରିପଦା ଆରସିସିଏଫ ୱାଇ ଯୋଗାନନ୍ଦ, ଶିମିଳିପାଳ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି, ଡା. ପୀୟୂଷ ସୋରେନ, ଡା. ବିଶାଖା, ନୀଳଗିରି ବିଭିଓ ଡା. ତପନ ଦ୍ୱିବେଦୀ, ବାଲେଶ୍ୱର ଏସିଏଫଓ ଶରତ ଚନ୍ଦ୍ର ବେହେରା, ସମୀର ସାହୁ, ତପନ ପରିଡ଼ା, କୁଲଡିହା ରେଞ୍ଜର ବିଜୟ ମହାପାତ୍ର, ଫରେଷ୍ଟର ଉମାକାନ୍ତ ଜେନା, ନରେଶ ସିଂ ପ୍ରମୁଖ ସେଠାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।  ହାତୀଟି ପାଣି ପିଇବାକୁ ଯାଇ ଉକ୍ତ ନାଳରେ ଗୋଡ଼ ଖସି ସେଠାରେ ତାର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ହାତୀଟିକୁ ଜଙ୍ଗଲରେ ପୋଡ଼ି ଦିଆଯାଇଛି।