ଘାଟିରେ ବସ୍ ଓଲଟି ୨୫ ଆହତ

କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଗାଡିଆ ପଡ଼ା ଘାଟିରେ ଯାତ୍ରୀବାହୀ ବସ୍ ଓଲଟି ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଯୋଗ୍ୟ, ‘ରାଜା’ ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।