କୂଅରେ ଖସି ପଡିଥିବା ହାତୀ ଛୁଆ ଉଦ୍ଧାର

ବାରିପଦା,ଏନ୍ଏନ୍ଏସ୍: କୂଅ ଭିତରେ ଫସି ରହିଛି ହାତୀ ଛୁଆ। ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଚାଲିଛି ଅକ୍ଳାନ୍ତ ପରିଶ୍ରମ। ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜର ଘଣଘଣା ଏବଂ ବିଶୁଶୋଳ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଗତକାଲି ଏକ ହାତୀ ଛୁଆ ଗଳି ପଡିଥିଲା। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ମେସିନ ଲଗାଇ କୂଅଟିକୁ ଖୋଳି ହାତୀ ଛୁଆକୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ ପୂର୍ବରୁ ସେହି ସ୍ଥାନରେ ଏକ ଜନବସତି ଥିଲା। ତେବେ ସେଠାରୁ ଗ୍ରାମବାସୀ ଅନ୍ୟତ୍ର ପଳାଇଥିବା ବେଳେ କୂଅଟି ପରିତ୍ୟକ୍ତ ହୋଇ ରହିଥିଲା। କୂଅର ଗଭିରତା ପାଖାପାଖି ୧୫ ଫୁଟ ହେବ ଏବଂ ଚଉଡ଼ା ୩ ଫୁଟ ରହିଛି। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ କୂଅ ଖୋଳି ଭିତରକୁ ଶିଡି ପକାଇ ତଳକୁ ଯିବା ପରେ ଦଉଡ଼ିରେ ହାତୀ ଦେହ ଓ ଗୋଡ଼କୁ ବାନ୍ଧି ମେସିନ ସାହାଯ୍ୟରେ ଉପରକୁ ଆଣିଥିଲେ। ପରେ ହାତୀ ଛୁଆ ନିଜେ ନିଜେ ମୁକୁଳି ଜଙ୍ଗଲ ଆଡ଼କୁ ଦୈଡି ପଳାଇଥିଲା।