ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡରେ ହାତୀମାନେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି ଏକ ହାତୀ ଛୁଆ ଫାସରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ୨ରୁ ୩ଦିନ ହେଲା ୧୦ରୁ ୧୨ଟି ହାତୀ ବୁଲୁଥିବାବେଳେ ବହୁ ଉପଦ୍ରବ କରିଛନ୍ତି। ଯାହାଫଳରେ ଏହି ଅଞ୍ଚଳ ର ଲୋକେ ଅତିଷ୍ଠ ହୋଇ ଫାସ ବସାଇଥିଲେ। ଲାଠିକଟା ବ୍ଲକ ସାନଡଲାକୁଦର ଜଙ୍ଗଲରେ ଗୋଟିଏ ହାତୀ ଛୁଆ ମୃତ୍ୟୁ ଏହି ଫାସରେ ପଡିଯାଇଥିବା ବେଳେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ସେଠାରେ ବନବିଭାଗ ପହଞ୍ଚି ହାତୀ ଛୁଆଟିକୁ ଜବତ କରି ବ୍ୟବଚ୍ଛେଦ କରାଉଥିବା ଜଣାପଡିଛି।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।