ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ବୋଲାଉଥିବା ଦୁଇ ବରିଷ୍ଠ ପୁଲିସ ଅଧିକାରୀ ଏଥିରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ହେଉଛନ୍ତି ଛତ୍ରପୁର ଏସଡିପିଓ ଓ ଆଇଆଇସି। ଗଞ୍ଜାମ ଏସପି ବ୍ରିଜେଶ ରାୟ ଟ୍ୱିଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଉଭୟଙ୍କ କର୍ତ୍ତବ୍ୟନିଷ୍ଠା ଓ ସେବା ମନୋଭାବକୁ ପ୍ରଶଂସା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦୁଇ ଅଧିକାରୀ ଏବେ ହୋମ କ୍ୱାରେଣ୍ଟାଇନରେ ଥିବାବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏଥିସହିତ ଛତ୍ରପୁର ଥାନାର ଅନ୍ୟ କର୍ମଚାରୀଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି, ଯଦି କାହାଠାରେ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ମଧ୍ୟ ହୋମ କ୍ୱାରେଣ୍ଟାଇନରେ ପଠାଯିବ ବୋଲି ଏସପି କହିଛନ୍ତି।