ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ସିଆଲରମା ଗ୍ରାମରେ ହାତୀମାନଙ୍କ ଉପଦ୍ରବ ଭୟର ବାତାବରଣ ସୃଷ୍ଟି କରିଛି। ଉକ୍ତ ଗ୍ରାମକୁ ଗତକାଲି ରାତିରେ ଦୁଇଟି ହାତୀ ପଶି ୪ଟି ଘର ଭାଙ୍ଗି ଦେଇଛନ୍ତି। ଏହାସହ ଘରେ ଗଚ୍ଛିତ ଥିବା ସମସ୍ତ ଧାନ ଚାଉଲ ଆଦି ଖାଇ ଯାଇଛନ୍ତି। ବର୍ଷା ଦିନରେ ଜଙ୍ଗଲୀ ହାତୀଙ୍କ ଏହି ଉପଦ୍ରବ ଯୋଗୁ ଲୋକଙ୍କୁ ଭୋକିଲା ଏବଂ ଭଙ୍ଗା ଘରେ ରହିବାକୁ ପଡୁଛି। ତେଣୁ ହାତୀ ଉପଦ୍ରବରେ କ୍ଷତି ସହିଥିବା ଗ୍ରାମବାସୀଙ୍କୁ ଶୀଘ୍ର କ୍ଷତିପୂରଣ ଓ ଏହି ହାତୀପଲ ସ୍ଥାନୀୟ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଯିବା ପର୍ଯ୍ୟନ୍ତ କର୍ମିରା ବ୍ଲକରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।
ପ୍ରକାଶଯୋଗ୍ୟ, ଗତକାଲି ରାତିରେ ସିଆଲରମା ଗ୍ରାମକୁ ୨ଟି ଜଙ୍ଗଲୀ ହାତୀ ପସି ଆସିଥିଲେ। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବାପରେ ବନବିଭାଗ କର୍ମଚାରୀ ଆସି ହାତୀଗୁଡ଼ିକୁ ଜଙ୍ଗଲ ଭିତରକୁ ଘଉଡ଼ାଇଥିଲେ। ତେବେ ବିଳମ୍ବିତ ରାତିରେ ପୁଣି ୨ଟି ହାତୀ ଗ୍ରାମ ଭିତରକୁ ପସିି ଆସି ଉପଦ୍ରବ କରି ଗରିବ ଲୋକଙ୍କ ଘର ଭାଙ୍ଗିଥିବା ଗ୍ରାମବାସୀମାନେ କହିିଛନ୍ତି।