ଗାଁ ନିକଟ ଜଙ୍ଗଲରେ ହାତୀ: ଲୋକେ ଭୟଭୀତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ କୁସୁମନାଳି ଗ୍ରାମ ନିକଟ ଜଙ୍ଗଲରେ ଏକ ୮ ବର୍ଷର ହାତୀ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀପଲରୁ ଅଲଗା ହୋଇ ଯାଇଥିବାରୁ ଲୋକଙ୍କୁ ମାରିବାକୁ ଗଡ଼ାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀର ଗତିପଥ ଉପରେ ନଜର ରଖିଛି। ହାତୀଟିକୁ ଖୁବଶୀଘ୍ର ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।