ପୋଖରୀରେ ବୁଡ଼ିଗଲେ ୨ ନାବାଳକ

ଅନୁଗୁଳ, ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁ ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ବିଦେଶୀ ବେହେରାଙ୍କ ପୁଅ ବଶ୍ୱଜିତ ବେହେରା(୮) ଓ ମଣିଆ ସାମଲଙ୍କ ପୁଅ ସ୍ୱଦେଶ ସାମଲ ଖରବେଳେ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ସେମାନେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟଧରି ସେମାନେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଲେ। ପରେ ଅପରାହ୍ଣରେ ପୋଖରୀରୁ ସେମାନଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ଖବରପାଇ ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛି।