କାବୁ ହେଲା ନରହନ୍ତା ଦନ୍ତା

ଅନୁଗୁଳ,ଏନ୍ଏନ୍ଏସ୍ : ଅନୁଗୁଳ ବନଖଣ୍ଡ ଅଧୀନରେ ଯାଉଥିବା ତାଳଚେର ରେଜଂରେ କିଛି ଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ଏହି ନରହନ୍ତା ଦନ୍ତା ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେବା ସହ ତାଳଚେର ସହର ଅଚଂଳରେ ଉତ୍ପାତ କରୁଥିଲା। ତାଳଚେର ବନାଚଂଳ ଡେରା ସଂରକ୍ଷିତ ଜଙ୍ଗଲ ନିକଟରେ ବୁଲୁଥିବା ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ସଦଳବଳେ ପହଚିଂ ଥିଲା।

   ଅନୁଗୁଳ ଡିଏଫଓ ଭି.କାର୍ତିକ, ସାତକୋଶିଆ ଏସିଏଫଓ ସରୋଜ ପଣ୍ଡା, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ପ୍ରବେଶନ ଆଇଏଫଏସ ଅଫିସର ସାଇ କିରଣ, ଏସିଏଫଓ ବାସୁଦେବ ନାଏକ, ଏକ୍ସପର୍ଟ କମଳଲୋଚନ ପୁରୋହିତ, ତାଳଚେର ରେଜଂର ହିମାନି ନାୟକଙ୍କ ସହ ଛେଣ୍ଡିପଦା ସମେତ କଣିହାଁ ରେଜଂର ଯୋଗ ଦେଇଥିବା ବେଳେ ମୋଟ ୪୦ ଜଣ ବନ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଧରା ଦେଉନଥିଲା ଏହି ନରହନ୍ତା ହାତୀ। ସୋମବାର ସନ୍ଧ୍ୟା ତାଳଚେର ଜଗନ୍ନାଥ କୋଇଲା ଖଣି ନିକଟସ୍ଥ ଏକ ଜଙ୍ଗଲରେ ବନ ବିଭାଗ ଜଗି ରହି ନରହନ୍ତାକୁ ଟ୍ରାଙ୍କୁଲାଇଜ କରି ପାରିଛି। ଏହି ନର ହନ୍ତା ହାତୀକୁ ଢ଼େଙ୍କାନାଳ କପିଳାସ ଚିଡିଆଖାନାକୁ ସ୍ତାନାନ୍ତର କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।