୩୦ ଜିଲ୍ଲାରୁ ୨୪୨୩ କରୋନା ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ୩୦ ଜିଲ୍ଲାରୁ ୨୪୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୧୭ ଜଣ କ୍ୱାରେଣ୍ଟାଇ>ରୁ ଚିହ୍ନଟ ହୋଇଥିବାବେଳେ ୧୦୦୬ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୫୪୬୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ଅନୁଗୁଳ ଜିଲ୍ଲାରୁ ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୪୨, ବରଗଡରୁ ୯୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୦, କଟକରୁ ୧୧୮, ଦେବଗଡରୁ ୧୭, ଢେଙ୍କାନାଳରୁ ୬୬, ଗଜପତିରୁ ୧୭, ଗଞ୍ଜାମରୁ ୩୭, ଜଗତସିଂହପୁରରୁ ୮୪, ଯାଜପୁରରୁ ୯୭, ଝାରସୁଗୁଡାରୁ ୬୬, କନ୍ଧାମାଳରୁ ୩୫, କେନ୍ଦ୍ରାପଡାରୁ ୭୩, କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୩୫୯, କୋରାପୁଟରୁ ୨୪, ମାଲକାନଗିରିରୁ ୪୮, ମୟୂରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୨୮, ନୟାଗଡରୁ ୪୦, ନୂଆପଡାରୁ ୬୩, ପୁରୀରୁ ୭୩, ରାୟଗଡାରୁ ୧୦, ସମ୍ବଲପୁରରୁ ୬୦, ସୋନପୁରରୁ ୫୩, ସୁନ୍ଦରଗଡରୁ ୧୯୫ ଏବଂ ଷ୍ଟଟପୋଲରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୮ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ, ଯାଜପୁର, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ମୟୁରଭଞ୍ଜ, ନବରଙ୍ଗପୁର ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।