ଅଚିନ୍ତାରେ ବିଦ୍ୟୁତ ବିଭାଗ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାରେ ବିଦ୍ୟୁତ ବିଭାଗ ନଥିବା ନେଇ ଉପଭୋକ୍ତା ଅନୁଭବ କରୁଛନ୍ତି । ବିଦ୍ୟୁତ ବିଭାଗ ଅଧିକାରୀ ଅଚିନ୍ତାରେ ରହୁଥିବାବେଳେ ଜନସାଧାରଣ ଚିନ୍ତା ଓ ଆଶଙ୍କାରେ ରହୁଛନ୍ତି । ଏଭଳି ଏକ ସ୍ପର୍ଶକତାର ଦୃଶ୍ୟ ନବରଙ୍ଗପୁର ସହର ରାଜୁ ସାହିରେ ଥିବା ଶ୍ରୀ ଗଣେଶ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟଟିର ମୂଲ୍ୟ ଖାଇ ଗଲାଣି । ଖୁଣ୍ଟଟି ସୂତା ଖିଅରେ ରହିଛି । ବିଦ୍ୟୁତ ଖୁଣ୍ଟଟି ଏଭଳି ଅବସ୍ଥାରେ ରହିଛି ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିବନି । ସମାଜସେବୀ ବରୁଣ ପାତ୍ରଙ୍କ ସମେତ ସ୍ଥାନୀୟ ସାହିଲୋକେ ନୂତନ ଖୁଣ୍ଟ ବସାଇବାକୁ ଦାବୀ କରିଛନ୍ତି । ଏସମ୍ପର୍କରେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଶିବେସରାମ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସଙ୍ଗେ ସଙ୍ଗେ କର୍ମଚାରୀଙ୍କୁ ପଠାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।