ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ କଟକ ଜିଲ୍ଲା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିର ଶୁଭାରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କାର୍ଯ୍ୟକ୍ଷେତ୍ର ଅଂଚଳର ଗୋଷ୍ଠୀଙ୍କୁ ସଶକ୍ତ କରିବା ଲାଗି ରହିଥିବା ଦର୍ଶନ ଅନୁସାରେ ଏହାର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ କଟକ ଜିଲ୍ଲାର ଗ୍ରାମୀଣ ସମାଜର ଲାଭ ପାଇଁ ଏହାର ଦ୍ୱିତୀୟ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିର ଶୁଭାରମ୍ଭ କରାଯାଇଛି।

ଭୁବନେଶ୍ୱର କର୍ପୋରେଟ୍ କାର୍ଯ୍ୟାଳୟରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଓଡ଼ିଶାର ମାନ୍ୟବର ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ହାଉସିଂ ଓ ସହରାଚଂଳ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏହି ଡିସ୍‌ପେନ୍‌ସେରିକୁ ଉଦ୍‌ଘାଟନ କରିଛନ୍ତି। ଏକ ପ୍ରାକ୍‌-ପ୍ରସ୍ତୁତ ସାରଣୀ ଅନୁସାରେ କଟକ ସର୍କଲ୍‌ରେ ସାଲେପୁର, ଆଠଗଡ଼ ଓ କଟକ ଇଲେକ୍ଟ୍ରିକାଲ ଡିଭିଜନ୍ ଅଧୀନରେ ଥିବା ୯୦ଟି ଗ୍ରାମ ପଂଚାୟତର ୫,୦୦,୦୦୦ ରୁ ଅଧିକ ହିତାଧିକାରୀଙ୍କ ଆବଶ୍ୟକତାକୁ ଏହି ଡିସ୍‌ପେନ୍‌ସେରି ପୂରଣ କରିବ। ଏହି ଭ୍ରାମ୍ୟମାଣ ଡିସ୍‌ପେନ୍‌ସେରିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ୍‌, ଏଏନ୍‌ଏମ୍ ନର୍ସ ଓ ଜଣେ ଡ୍ରାଇଭର (ଚାଳକ)
ରହିବେ ଏବଂ ଏହା ଚେକ୍‌-ଅପ୍‌, ଚିକିତ୍ସା, ମେଡିସିନ୍ ପ୍ରେସ୍‌କ୍ରିପ୍‌ସନ ସହିତ ମାଗଣାରେ ଔଷଧ ବଂଟନ ଆଦି ସମେତ ସେବା ଆବଶ୍ୟକ କରୁଥିବା ଲୋକମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିବ।

ପ୍ରତି ମାସରେ ଏହି ଡିସ୍‌ପେନ୍‌ସେରି ୨୪ ଦିନ କାମ କରିବ (ସାର୍ବଜନୀନ ଛୁଟି ଓ ରବିବାରକୁ ବାଦ ଦେଇ)। କଂପାନି ପକ୍ଷରୁ ୨୦୨୧ ଅକ୍ଟୋବରରେ ପ୍ରଥମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରିର ଶୁଭାରମ୍ଭ କରାଯାଇଥିଲା ଯାହା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଂଚଳର ୮୦୦୦ ହିତାଧିକାରୀଙ୍କୁ ସେବା ପ୍ରଦାନ କରୁଛି। ବର୍ତମାନ ସୁଦ୍ଧା ଏହା ୭୫ରୁ ଅଧିକ ଗ୍ରାମ ପଂଚାୟତରେ ପହଂଚିସାରିଥିବା ବେଳେ ନିକଟରେ ଏହା ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଅନ୍ତର୍ଗ୍‌ତ କନ୍ତୋଲ ଗ୍ରାମ ପଂଚାୟତରେ ଘନ ଜଙ୍ଗଲର ୧୬ କିଲୋମିଟର ଭିତରେ ୨୦ଟି ପରିବାରକୁ ନେଇ ଥିବା ଆଦିବାସୀ ଗ୍ରାମ ପପ୍‌ତୋଲ ପରିଦର୍ଶନ କରିଥିଲା।

ଉଦ୍‌ଘାଟନ ଅବସରରେ ଓଡ଼ିଶାର ମାନ୍ୟବର ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ହାଉସିଂ ଓ ସହରାଚଂଳ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା କହିଛନ୍ତି ଯେ, “ଆମ ସମାଜର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ ଆମେ ସର୍ବଦା ଧ୍ୟାନ ଦେଉଛୁ। ଲୋକମାନେ ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ପାଇପାରିବାକୁ ଏହି ଅଭିଯାନଗୁଡ଼ିକ ନିଶ୍ଚିତ କରୁଛି। ଏକ ସୁସ୍ଥକର ସମାଜ ଗଠନରେ ପ୍ରତ୍ୟକ୍ଷ ଭୂମିକା ନିର୍ବାହ କରୁଥିବାରୁ ମୁଁ ଟିପିସିଓଡିଏଲ୍‌କୁ ଧନ୍ୟବାଦ ଜଣାଉଛି।’’

ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ କହିଛନ୍ତି ଯେ, “ଏକ ସୁସ୍ଥକର ସମାଜ ଗଠନ କରିବା ଓ ସେଥିପାଇଁ ସହାୟତା ପ୍ରଦାନ କରିବା ଲାଗି ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ। ଭଲ ସ୍ୱାସ୍ଥ୍ୟ ସେବା ସୁବିଧାରେ ପାଖରେ ସହଜରେ ଓ ଉତମ ଭାବେ ପହଂଚିପାରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ମାନ୍ୟତା ହେଉଛି ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍‌ପେନ୍‌ସେରି। ସମାଜର ସାମଗ୍ରିକ ବିକାଶ ଲାଗି ବିଭିନ୍ନ ସିଏସ୍‌ଆର୍ ଅଭିଯାନ ଜରିଆରେ ଆମେ ଭବିଷ୍ୟତରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବ କାର୍ଯ୍ୟ କରିବୁ।’’