ଆମ ମାହାଙ୍ଗା ପକ୍ଷରୁ ବିଜୁଳି ପଙ୍ଖା ପ୍ରଦାନ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକର ଭଦ୍ରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଝାଡେଶ୍ୱରପୁର ଠାରେ ଥିବା ୱିସ୍ଡମ୍ ପବ୍ଲିକ୍ ସ୍କୁଲକୁ ଆଜି ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼ ଅମରେନ୍ଦ୍ର ମହାନ୍ତି ପରିଦର୍ଶନ କରିବାକୁ ଯାଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗହଣରେ ବିଦ୍ୟାଳୟ ଶ୍ରେଣୀ ଗୃହ ବୁଲି ଦେଖିଥିଲେ ଏବଂ ଗୁଣାତ୍ମକ ଶିକ୍ଷା ବୃଦ୍ଧ ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଦ୍ୟାଳୟର ପ୍ରତିଷ୍ଠାତା ଏସ୍ କେ କମରୁଦ୍ଦିନ, ଶିକ୍ଷୟିତ୍ରୀ ମୋନାଲିସା ତ୍ରିପାଠୀ, ଅନୁକମ୍ପା ପ୍ରଧାନ, ରାକେଶ ରଞ୍ଜନ ପ୍ରଧାନ, ସ୍ୱାତୀସ୍ୱାଗତିକା ରାଉତ, ରାଜନନ୍ଦିନୀ ବେହେରା, ରାଜଶ୍ରୀ ସାହୁ, ସମାଜସେବୀ ବିଜୟ କୁଅଁର, ସୁକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଡ଼ଃ ମହାନ୍ତି ଉକ୍ତ ବିଦ୍ୟାଳୟକୁ ବିଜୁଳି ପଙ୍ଖା ପ୍ରଦାନ କରିଥିଲେ। ଆମ ମାହାଙ୍ଗାର ଏହି କାର୍ଯ୍ୟକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି।