ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥିତି ଅନୁଧ୍ୟାନ କଲେ ନିର୍ବାଚନ ପର୍ଯ୍ୟବେକ୍ଷକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ପ୍ରଶାସନିକ ପ୍ରସ୍ତୁତିର ନିର୍ବାଚନ ପର୍ଯ୍ୟବେକ୍ଷକ ସ୍ଥିତି ଅନୁଧ୍ୟାନକରିଛନ୍ତି । ଏହି ପରିପ୍ରେକ୍ଷରରେ ଆଜି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଦେବଗଡ଼ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ଚନ୍ଦ୍ରମଣୀ ଗଡ଼ନାୟକ ଜିଲ୍ଲାର ରିଆମାଳ ବ୍ଲକ ପରିଦର୍ଶନ କରି ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ଏହି ଅବସରରେ ପର୍ଯ୍ୟବେକ୍ଷ ଶ୍ରୀ ଗଡ଼ନାୟକ ସରକାରୀ କାନ୍ଥବାଡ଼ରେ ପୋଷ୍ଟର, ହୋଡିଂ ଆଦି ବ୍ୟବହାର ଉପରେ ପୂର୍ଣ୍ଣ କଟକଣା କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲ । ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଗଡ଼ନାୟକଙ୍କ ଗସ୍ତ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ବିଡିଓ ଦିବ୍ୟ ଶଙ୍କର ଜୟପୁରିଆ, ତହସିଲଦାର ବିମଳା ବିରୁଳି ଓ ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଗାର ପ୍ରମୁଖ ଉପସ୍ଥିତ ଥିଲେ ।