ଭାରତରେ ହେବ ଆଇପିଏଲ ୨୦୨୨

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ୨୦୨୨ ଭାରତରେ ଆୟୋଜନ କରାଯିବ । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଏହି ସମୟରେ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହେବ । କରୋନା ମହାମାରୀ ଯୋଗୁ ଟୁର୍ଣ୍ଣାମେଣ୍ଟର ୨ଟି ସିଜିନ ୟୁଏଇରେ ଖେଳାଯାଇଛି ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ ଲାଗି ଖେଳାଳିଙ୍କ ନିଲାମି ଫେବୃଆରୀ ୧୨ ଓ ୧୩ରେ ଅନୁଷ୍ଠିତ ହେବ । ଏଥର ଟାଟା ଗ୍ରୁପ୍ ସ୍ପନ୍ସର ଭାର ସମ୍ଭାଳିବ । ନିଲାମୀ ପାଇଁ ୧୨୦୦ ଖେଳାଳିଙ୍କ ନାମ ରେଜିଷ୍ଟର ହୋଇଥିବାବେଳେ ୩୦୦ ବିଦେଶୀ ଖେଳାଳି ସାମିଲ ରହିଛନ୍ତି । ଗଭର୍ଣ୍ଣିଂ କାଉନସିଲ ଅନୁସାରେ ଚଳିତ ସିଜିନ ପାଇଁ ୨୧୭ ଖେଳାଳିଙ୍କୁ କିଣାଯିବ ଯେଉଁଥିରେ ୭୦ ବିଦେଶୀ ଖେଳାଳି ସାମିଲ ରହିବେ ।