Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଜେପୁରରେ ବଢୁଛି ନିର୍ବାଚନୀ ଉଷ୍ମତା, ଭୋଟ୍ ହାତେଇବାକୁ ସବୁ ଦଳର କସରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଜେପୁରରେ ବଢୁଛି ନିର୍ବାଚନୀ ଉଷ୍ମତା, ଭୋଟ୍ ହାତେଇବାକୁ ସବୁ ଦଳର କସରତ

ବରଗଡ଼,ଏନ୍ଏନ୍ଏସ୍: ଉପନିର୍ବାଚନକୁ ଆଉ ଗୋଟିଏ ସପ୍ତାହ ବାକି ଥିବାବେଳେ ଧୀରେଧୀରେ ବିଜେପୁରରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଛି। ବିଗତ କିଛିଦିନ ମଧ୍ୟରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅଭିନେତ୍ରୀ ଅନୁ ଚୌଧୁରୀ, କଂଗ୍ରେସରୁ ଓଡ଼ିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ପ୍ରସାଦ ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଷ୍ଟ୍ରୀୟ ସମ୍ପାଦକ ମସ୍ତାନ ଅଲ୍ଲୀ ପ୍ରମୁଖ ନିଜ ନିଜ ଦଳ ପାଇଁ ପ୍ରଚାର କରିଛନ୍ତି।

ସେହିପରି ବିଜେଡି ତରଫରୁ ବିଜେପୁର ନିର୍ବାଚନମଣ୍ଡଳୀର ଗାଇସିଲେଟ, ବିଜେପୁର ଏବଂ ବରପାଲି ବ୍ଲକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଡେରା ପକାଇ ପ୍ରଚାର ତଦାରଖ କରୁଛନ୍ତି। ସେହିପରି ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବରେ ସମାପନ କରିବା ପାଇଁ ପୁଲିସ ଡିଜି ବିଜୟ କୁମାର ଶର୍ମା ମଧ୍ୟ ବରଗଡ଼ ଗସ୍ତ କରି ଏକ ଉଚ୍ଚସ୍ତରୀୟ ବୈଠକ କରି ଫେରିଯାଇଛନ୍ତି।

ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ବିଜେପୁର ନିର୍ବାଚନମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ସହ ମୁଖ୍ୟମନ୍ତ୍ରୀ ଏକ ରୋଡ୍ ଶୋ’ କରିବେ ବୋଲି ସୂଚନା ମିଳିଛି। ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଗାମୀ ୧୮ ତାରିଖରେ ବରପାଲିରେ ଏକ ରୋଡ୍ ଶୋ’ରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଏସବୁ ଭିତରେ କଂଗ୍ରେସ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ କରିଥିଲେ ମଧ୍ୟ ଏଯାଏଁ ସେମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ କାହାରି ଦେଖାଦର୍ଶନ ମିଳିପାରୁନାହିଁ। ଯାହାକୁ ନେଇ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ଏକା ଏକା ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ଭୋଟ ପ୍ରଚାର କରୁଥିବା ପରିଲକ୍ଷିତ ହେଉଛି। ଏପରି ସ୍ଥିତିରେ ବିଜେଡି ଏବଂ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ କେଉଁ ଦଳ କେତେ ଭୋଟ ବ୍ୟବଧାନରେ ବିଜୟୀ ହେବ ତାହା ଦେଖିବାକୁ ବାକି ରହିଲା।

ସୋମବାର ବିଜେପୁର ଉପନିର୍ବାଚନ ପାଇଁ ବିଜେପି ତରଫରୁ ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ, ଗିରିଧର ଗମାଙ୍ଗ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଗାଇସିଲେଟ ବ୍ଲକର ବିଭିନ୍ନ ଗାଁରେ ପ୍ରଚାର କରିଥିଲେ। ସେହିପରି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଇରାଶିଷ ଆଚାର୍ଯ୍ୟ ବରପାଲି ବ୍ଲକରେ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ।

ଅନୁରୂପ ଭାବେ ବିଜେପୁର ବ୍ଲକ ବଡ଼ବ୍ରାହ୍ମଣୀରେ ବିଜେଡି ତରଫରୁ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ପ୍ରଚାରର ମଙ୍ଗ ସମ୍ଭାଳିଥିଲେ। ସେହିପରି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସମେତ ମନ୍ତ୍ରୀ ଟୁକୁନି ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଗାଇସିଲେଟ ବ୍ଲକରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଜନସାଧାରଣଙ୍କ ସମର୍ଥନରେ ବିଜେଡି ବିଜେପୁରରେ ହ୍ୟାଟ୍ରିକ ବିଜୟ ଲାଭ କରିବ ବୋଲି ରୀତା ସାହୁ କହିଛନ୍ତି।