ସମସ୍ତ ବାର୍ କୁ ହାଇକୋର୍ଟଙ୍କ ନୋଟିସ୍, ପ୍ରଥମଥର ପାଇଁ ବିଚାର ପ୍ରକ୍ରିୟାରେ ଫୁଲ୍ ବେଞ୍ଚ୍ ସାମିଲ

କଟକ,ଏନ୍ଏନ୍ଏସ୍:ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସମସ୍ତ ବାର୍ କୁ ନୋଟିସ୍ ଦେଇଛନ୍ତି ହାଇକୋର୍ଟ। ସବୁ ପ୍ରତିପକ୍ଷଙ୍କୁ ହାଇକୋର୍ଟର ୧୪ ଜଣିଆ ଫୁଲ ବେଞ୍ଚ୍ ନୋଟିସ କରିଛନ୍ତି। ପ୍ରଥମଥର ପାଇଁ ହାଇକୋର୍ଟର ଫୁଲ ବେଞ୍ଚ୍ ବିଚାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ଓ ସଭାପଡିଙ୍କୁ ନୋଟିସ କରାଯାଇଛି। ଏଥିରେ ଗୃହ ସଚିବ, ମୁଖ୍ୟଶାସନ ସଚିବ ଓ ଆଇନ ସଚିବଙ୍କୁ ନୋଟସ କରାଯାଇଛି। ଆସନ୍ତା ୨୧ ତାରିଖ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ୍ ଦିଆଯାଇଛି।

ହାଇକୋର୍ଟର ରେଜିଷ୍ଟାରଙ୍କ ପକ୍ଷରୁ ମାମଲା ଦାଏର କରାଯିବା ପରେ ନୋଟିସ କରାଯାଇଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇଥିଲା।