ସାନ ଭାଇର ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସାନ ଭାଇ ମଦ ପିଇ ଗାଳିଗୁଲଜ କରିବାରୁ ତଣ୍ଟି ଚିପି ମାରିଦେଲା ବଡ଼ ଭାଇ । ଏଭଳି ଏକ ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ସଦର ଥାନା ଚମାରପଡ଼ା ଗାଁରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୋଶେଫ ରୋହିଦା । ପୁଲିସ ବଡ଼ଭାଇ ରାଜୀନ ରୋହିଦାକୁ ଅଟକ ରଖି ପଚରାଉଚୁରା କରୁଛି ।

ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳି ଗୁଲଜ କରିଥିଲେ । ଏନେଇ ୨ଭାଇ ମଧ୍ୟରେ ବଚସା ଓ ମାରପିଟ ହୋଇଥିଲା । ପରେ ରାଜୀନ ରାଗିଯାଇ ସାନ ଭାଇ ଯୋଶେଫଙ୍କ ତଣ୍ଟି ଚିପି ଦେଇଥିଲେ । ସେ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ଯୋଶେଫଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।