କରୋନା ହେଉ କି ୟୁକ୍ରେନ ସମସ୍ୟା ବିରୋଧୀ କେବଳ ନକାରତ୍ମକତା ପ୍ରଚାର କରୁଛି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଆମେ ଏଥର ନିର୍ବାଚନ ଆମ କାମକୁ ଆଧାର କରି ଲଢ଼ୁଛୁ । ୟୁପୀବାସୀ ଘୋର ପରିବାରବାଦକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ଚାହୁଁଛନ୍ତି ।

ମୋଦୀ ଆହୁରି କହିଛନ୍ତି ଯେ, ଯେତେବେଳେ ବି ସଙ୍କଟ ଆସେ ସମଗ୍ର ଭାରାତ ଏକଜୁଟତା ଦେଖାଇଥାଏ କିନ୍ତୁ ବିରୋଧୀ ନକରାତ୍ମକତା ପ୍ରଚାର କରିଥାନ୍ତି । କରୋନା ହେଉ କି ୟୁକ୍ରେନ ସମସ୍ୟା ବିରୋଧୀ କେବଳ ନକାରତ୍ମକତା ଦେଖାଇଛନ୍ତି । ଏହା ଆମେ କରୋନା ସମୟରେ ଦେଖିଥିଲୁ ଏବଂ ୟୁକ୍ରେନ ସଙ୍କଟ ସମୟରେ ଅନୁଭବ କରୁଛୁ । ଅନ୍ଧ ବିରୋଧ, ନିରନ୍ତର ବିରୋଧ, ଘୋର ନିରାଶା ଓ ନକାରାତ୍ମକ ହେଉଛି ସେମାନଙ୍କ ରାଜନୈତିକ ବିଚାରଧାରା ।