ବିଷାକ୍ତ ଖାଦ୍ୟଖାଇ ଗୋଟିଏ ପରିବାରର ୮ଜଣ ଅସୁସ୍ଥ

ବାଲିଆପାଳ,ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖାଳମୁହାଣି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୮ଜଣ ଗୁରୁତର ଅସୁସ୍ଥ ହୋଇଥିଲେ। ଅସୁସ୍ଥମାନଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ ର୍ିକରାଯାଇଛି । ଆଜି ସନ୍ଧ୍ୟାସୁଧା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତୀ ଘଟିଛି । ସମସ୍ତେ ସୁସ୍ଥ ଥିବାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଭାଗିରଥୀ ମୁର୍ମୁ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଦେଭୋଗ ଗ୍ରାମପଂଚାୟତର ଖାଳମୁହାଣି ଗ୍ରାମର ସନ୍ୟାସୀ ମାଣିକଙ୍କ ପରିବାରର ସମସ୍ତ ସଦସ୍ୟମାନେ ଶନିବାର ରାତ୍ରିରେ ଖାଇପିଇ ଶୋଇଥିବା ବେଳେ ରବିବାର ମଧ୍ୟାହ୍ନ ବେଳକୁ ଦୁଇ ତିନି ଜଣଙ୍କୁ ଝାଡାବାନ୍ତି ଆରମ୍ଭ ହୋଇଯାଇଥିଲା। ରବିବାର ସନ୍ଧ୍ୟାବେଳକୁ ପରିବାରର ୮ ଜଣଙ୍କୁ ଝାଡାବାନ୍ତି ଲାଗି ରହିବା ପରେ ପରିସ୍ଥିତି ଅଣାୟତ ହେବାରରୁ ସମସ୍ତ ଅସୁସ୍ଥଙ୍କୁ ବାଲିଆପଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା।

ସେମାନେ ହେଲେ ସନ୍ୟାସୀ ମାଣିକଙ୍କ ପୁତ୍ର ଡମ୍ବରୁଧର ମାଣିକ(୩୭),ଚନ୍ଦ୍ରକାନ୍ତ ମାଣିକ(୨୮),ପୁତ୍ରବଧୂ ରଞ୍ଜିତା ମାଣିକ(୩୦),ବିଶାଖା ମାଣିକ(୨୦),ସୁମନ୍ତୀ ମାଣିକ(୩୮),ମୀନତୀ ମାଣିକ(୪୦),ରସ୍ମିତା ମାଣିକ(୨୭),ପ୍ରିୟଙ୍କା ମାଣିକ(୧୪)ଙ୍କୁ ତୁରନ୍ତ ଚିକିତ୍ସା କରାଯିବା ଫଳରେ ଆଜି ସନ୍ଧ୍ୟା ସୁଧା ସମସ୍ତ ସ୍ୱାସ୍ଥ୍ୟର ଅବସ୍ଥା ଭଲ ରହିଛି । ରନ୍ଧାଖାଦ୍ୟ କୈାଣସି କାରଣରୁ ବିଷାକ୍ତ ହୋଇଥିବାରୁ ଏଭଳି ଅବସ୍ଥା ହୋଇଥିବାର ଅନୁମାନ କରାଯାଉଛି ।