ଥୁଆମୂଳ ରାମପୁରରେ କାଳ ବୈଶାଖୀର ପ୍ରଭାବ

ଥୁଆମୂଳ ରାମପୁର,ଏନ୍‌ଏନ୍‌ଏସ୍‌: ଥୁଆମୂଳ ରାମପୁର ବ୍ଲକର କାଣିଗୁମା ପଞ୍ଚାୟତ ଅଧୀନସ୍ଥ ତାରାଗାଁ ଏବଂ ପାଡ଼େପଦର ପଞ୍ଚାୟତର ବେଣାଖମାର ଗ୍ରାମରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ତାରାଗାଁସ୍ଥିତ ଅଙ୍ଗନବାଡି କେନ୍ଦ୍ର ଉପରେ ଏକ ବିରାଟ ଗଛ ଭାଙ୍ଗି ପଡ଼ିବାରୁ ଅଙ୍ଗନବାଡି କେନ୍ଦ୍ରର କିଛି ଅଂଶ କ୍ଷତି ହୋଇଥିବା ନେଇ କାଣିଗୁମା ସରପଞ୍ଚ ଧୃବଚରଣ ମାଝୀ ସୂଚନା ଦେଇଛନ୍ତି । ପରେ ଏନେଇ ସରପଞ୍ଚ ଶ୍ରୀ ମାଝୀ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ ଭାଙ୍ଗିଥିବା ଗଛକୁ ସେଠାରୁ ହଟାଇବାକୁ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି କାଳ ବୈଶାଖୀ ଫଳରେ ବେଣାଖମାର ଗ୍ରାମର ତିଳ ଗୌଡ଼ଙ୍କର ଘର ସମେତ ଦୋକାନର ଆଜବେଷ୍ଟ ଉଡ଼ିଯାଇ ଭାଙ୍ଗି ନଷ୍ଟ ହେବା ଯୋଗୁ ବ୍ୟାପକ କ୍ଷତି ହୋଇଥିବା ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ନରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।