ଗୋଟିଏ ଦିନରେ ୭୬ କରୋନା ପଜିଟିଭ

ରାୟଗଡ଼ା,ଏନ୍ଏନ୍ଏସ୍: ଗୋଟିଏ ଦିନରେ ରାୟଗଡ଼ା ଜିଲ୍ଲାରେ ୭୬ କୋରନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରାଶାସନର ଚିନ୍ତା ବଢିଯାଇଛି। ରାୟଗଡ଼ା ଜିଲ୍ଲାରେ ମୋଟ୍ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ରାୟଗଡ଼ା ପୌରାଞ୍ଚଳ କସ୍ତୁରୀ ନଗରର ଜଣେ ୨୫ ବର୍ଷ ଯୁବକ ଅଛନ୍ତି। ସେ ଜୁନ୍ ୨୮ରେ ଦିଲ୍ଲୀରୁ ଫେରି ଘରୋଇ ସଙ୍ଗରୋଧରେ ରହୁଥିଲେ। ଏଜି ତାଙ୍କ ରିପୋର୍ଟ ପଜେଟିଭ୍ ଆସିଛି। ସେହିପରି ଅନ୍ୟ ଜଣେ ଗୁଣପୁର ପୌରାଞ୍ଚଳର ୩୫ ବର୍ଷର ଯୁବକ ଅଛନ୍ତି। ତାଙ୍କ ନିଜ ଘର ଗୁଣପୁରର ବିଜୟପୁରରେ। ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିବାବେଳେ ଆଜି କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ବିଜେପୁର ଗ୍ରାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ସମ୍ଭାବନା ରହିଥିବାରୁ ବିଜେପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜେକେପୁର ସ୍ଥିତ କୋଭିଡ୍ ମେଡିକାଲ ଏବଂ ୫୬ ଜଣଙ୍କୁ ଗୁଣପୁରସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। କଣ୍ଟେନମେଣ୍ଟ ଜୋନରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଥିପାଇଁ ଭୟଭୀତ ନ ହୋଇ କରୋନାର ମୁକାବିଲା କରିବାକୁ ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି।